ଓଡ଼ିଆ ଲୋକସାହିତ୍ୟଧର୍ମୀ ଗବେଷଣାତ୍ମକ ପତ୍ରିକା

           ସମୟ ସ୍ରୋତରେ ସବୁ ବିବର୍ତ୍ତନଶୀଳ। କୃତ୍ରିମ  ବୁଦ୍ଧିମତାର ସାହାଯ୍ୟରେ ସମାଜର ଅଧିକାଂଶ କାର୍ଯ୍ୟ ସାଧିତ ହେବା ଫଳରେ ମଣିଷର ଚେତନା ସ୍ତର ଅଧଃପତନ ଆଡକୁ ଗତି କରୁଛି । ତା’ ପାଖରେ ମୌଳିକତା ବୋଲି ଆଉ କିଛି ନାହିଁ। ତାହାର ଚିନ୍ତା ଚେତନା , ସାମାଜିକ ଓ  ସାଂସ୍କୃତିକ ଜୀବନ ଆଜି ଅପମିଶ୍ରିତ ଅବସ୍ଥାରେ । ଅର୍ଥାତ୍ ମଣିଷ ତାହାର ସାଧାରଣ ଜୀବନ ଚର୍ଯ୍ୟା ପ୍ରତି ଅସଚେତନ ।  ସଭ୍ୟତାର ବିକାଶ ସହିତ ସେ ଯେତିକି ମାତ୍ରାରେ ପ୍ରଯୁକ୍ତିବିଦ୍ୟା ସହ ଅଭ୍ୟସ୍ତ ତାହାଠୁ ଅଧିକ ଭାବେ ପ୍ରାଚୀନତା ପ୍ରତି ବିମୁଖ।   ଆଧୁନିକତାର ଅନ୍ଧାନୁକରଣ କରୁଛି । ଲୋକ ଜୀବନର ସମସ୍ତ ପ୍ରସଙ୍ଗକୁ ପ୍ରଯୁକ୍ତିବିଦ୍ୟାର ବିଭିନ୍ନ ଆୟାମ ମାଧ୍ୟମରେ ପରୀକ୍ଷା କରି ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରିବର୍ତ୍ତେ ସେସବୁକୁ ଘୃଣା କରୁଛି । ସେ ଜାଣିପାରୁନାହିଁ ଲୋକ ଜୀବନ ହିଁ ସଭ୍ୟତାର ମୂଳଭିତ୍ତି । ଲୌକିକତାର ବିବର୍ତ୍ତନମୁଖୀ  ଭାବ ହିଁ ବୌଦ୍ଧିକତାକୁ ପ୍ରତିଷ୍ଠା ଦିଏ । ଲୋକ ଜୀବନ, ଲୋକସଂସ୍କୃତି, ଲୋକସାହିତ୍ୟ  ସବୁକିଛି  ଆଧୁନିକତାର ଇନ୍ଧନ । ତାହା ବିଜ୍ଞାନସମ୍ମତ, ସରଳ ଭାବ ସମ୍ଭାହୀ ।  ସରଳ ଓ ସହଜ ଲବ୍ଧ ଜିନିଷର ମୂଲ୍ୟ ହ୍ରାସ ହେଲା ଭଳି ଲୋକସାହିତ୍ୟର ଭାଗ୍ୟ ସମ୍ପ୍ରତି ତଦନୁରୂପ  । ଅପରପକ୍ଷରେ ଭାରତୀୟ ଜ୍ଞାନ ପରମ୍ପରାର ବାହକ ହିଁ ଲୋକ ଜୀବନ ଓ ଲୋକସଂସ୍କୃତି। ମାତ୍ର ସାମ୍ପ୍ରତିକ ପରିବେଶରେ ଏସବୁକୁ ଘୃଣିତ ନୟନରେ ଅବଲୋକନ କରାଯାଉଛି । ଯାହାଦ୍ଵାରା  ଜାତି  ତଥା ସଭ୍ୟତାର ପରିଚୟ ଭୂତଳଗାମୀ ହେବାରେ ଲାଗିଛି । ତେଣୁ ଏହାର ସଂରକ୍ଷଣ, ସୁରକ୍ଷା ଓ ପ୍ରଚାର ପ୍ରସାର ତଥା ଏହାର  ବୈଜ୍ଞାନିକ ଅଧ୍ୟୟନ ହିଁ  ଏହି ପତ୍ରିକାର ଲକ୍ଷ୍ୟ । 

           ଏ ପ୍ରକାର ଗବେଷଣା ଦ୍ଵାରା ଲୋକ କଥା , ଲୋକ ଗୀତ , ଲୋକ ନୃତ୍ୟ  , ଲୋକ କଳାକୁ ଆଗାମୀ ପିଢି ପାଇଁ  ସଂରକ୍ଷଣ କରାଯିବା ସହିତ ସମ୍ପୃକ୍ତ ଜାତିର ଆଦିମ ସଂସ୍କୃତି ସମ୍ପର୍କରେ ଅବବୋଧ ସୃଷ୍ଟି କରାଯାଇ ପାରିବ । 

                                                                         ସମ୍ପାଦକ

ଓଡ଼ିଆ ଲୋକସାହିତ୍ୟଧର୍ମୀ ଗବେଷଣାମୂଳକ ପତ୍ରିକା

ଆମର ସାମାଜିକ ମାଧ୍ୟମ

ଆପଣଙ୍କ ମତାମତ ଆମର କାମ୍ୟ

Scroll to Top